ମନ୍ତ୍ରୀ ଗୃହରେ ଉତ୍ତର ରଖିବା ସମୟରେ କହିଥିଲେ ଯେ ଗତ ସରକାର ସମୟରେ କେବଳ ଘୋଷଣା ହୋଇଥିଲା କିନ୍ତୁ ଅର୍ଥ ଦିଆଯାଇନଥିଲା ଏବଂ ବର୍ତ୍ତମାନର ସରକାର ଆସିବା ପରେ ଏହି ଅର୍ଥ ପୈଠ କରାଯାଇଛି। ମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ବିଧାନସଭାରେ ବିଜେଡି ସଦସ୍ୟମାନେ ପ୍ରତିବାଦ କରିବା ସହ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା।
ଭୁବନେଶ୍ୱର: ରାଜ୍ୟରେ 5T ସ୍କୁଲ୍ ରୂପାନ୍ତରଣ ଯୋଜନାରେ ହୋଇଥିବା ଅର୍ଥ ହେରଫେର ଅଭିଯୋଗର ତଦନ୍ତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ବିଧାନସଭାରେ 5T ସ୍କୁଲ୍ ଭିତ୍ତିଭୂମି ଓ ଅର୍ଥ ଖର୍ଚ୍ଚରେ ଅନିୟମିତତା ହୋଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଥିଲେ।
