ରିପୋର୍ଟ ଅନୁଯାୟୀ, ଅନୁପ୍ରବେଶକାରୀର ବୟସ ପ୍ରାୟ ୨୦ ବର୍ଷ ହେବ। ବିଏସ୍ଏଫ୍ ଯବାନମାନେ ତାଙ୍କୁ ଅଟକିବାକୁ ସତର୍କ କରିଥିଲେ। କିନ୍ତୁ ସତର୍କବାଣୀ ସତ୍ତ୍ୱେ ସେ ଅନ୍ତର୍ଜାତୀୟ ସୀମା ଆଡ଼କୁ ଆଗକୁ ବଢ଼ିବା ଜାରି ରଖିଥିଲେ । ଏହାପରେ ବିଏସ୍ଏଫ୍ ଯବାନମାନେ ଗୁଳି ଚଳାଇବାରୁ ତାର ମୃତ୍ୟୁ ହୋଇଥିଲା । ସୀମା ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଏଠାରେ ବିଭିନ୍ନ ଅତ୍ୟାଧୁନିକ ବୈଷୟିକ ଉପକରଣ ସହ ସ୍ମାର୍ଟ ବାଡ଼ ଲଗାଯାଇଛି ।
ନୂଆଦିଲ୍ଲୀ: ପାକିସ୍ତାନ ପଟୁ ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି । ତେବେ ସୀମାରେ ମୁତୟନ ସୁରକ୍ଷାକର୍ମୀ ଏଭଳି ଉଦ୍ୟମକୁ ବିଫଳ କରୁଛନ୍ତି । ଏହି କ୍ରମରେ ଗୁରୁବାର ପଞ୍ଜାବରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି ହତ୍ୟା କରିଛି ସୀମା ସୁରକ୍ଷା ବଳ (ବିଏସ୍ଏଫ୍)। ଏହାଦ୍ୱାରା ପାକିସ୍ତାନ ପଟୁ ହୋଇଥିବା ଆଉ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି।
