ଗୁଜରାଟ : ଗୁଜରାଟ ଏଟିଏସ ଭଦୋଦରାରେ ଜରୋଦ ବସ ଷ୍ଟାଣ୍ଡ ନିକଟରେ ଏକ ସର୍ଚ୍ଚ ଅପରେସନରୁ ଜୈସ-ଏ-ମହମ୍ମଦର ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ପାଖରୁ ଏକେ-୪୭ ଏବଂ ୨୩ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି ।
ସୂଚନା ମୁତାବକ, ଗିରଫ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣକ ଆସାମରୁ ଭଦୋଦରା ଆସିଥିବା ଜଣାପଡିଛି । ସନ୍ଦିଗ୍ଧ ଜଣକ ଅସ୍ତ୍ର କେଉଁଠୁ ଆଣିଲା ଏବଂ କାହାକୁ ଦେବାର ରହିଥିଲା, ତାହା ଯାଞ୍ଜ ଏଜେନ୍ସୀ ଜାଣିବାକୁ ଚେଷ୍ଟା କରୁଛି । ଗୁଜରାଟ ଏଟିଏସ୍ ସନ୍ଦିଗ୍ଧକୁ ଗିରଫ କରି ଆଗକୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସନ୍ଦିଗ୍ଧ ବ୍ୟକ୍ତି ଜଣକ ଏକେ ୪୭ କେଉଁଠୁ ଆଣିଲା ଏହାକୁ ନେଇ ଏଟିଏସ୍ ଯାଞ୍ଚ ଆରମ୍ଭ କରିଛି ।
ପ୍ରାଥମିକ ତଦନ୍ତରୁ ଗିରଫ ଯୁବକ ଆସାମର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ଆସାମରୁ ଗୁଜରାଟ ଆସିଥିବା ଜଣାପଡ଼ିଛି । ତେବେ ATS ପକ୍ଷରୁ ଏଯାଏଁ ତାଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ । ଗିରଫ ପରେ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଅହମ୍ମଦାବାଦସ୍ଥିତ ATS ମୁଖ୍ୟାଳୟକୁ ନିଆଯାଇଛି । ସେଠାରେ ତାଙ୍କୁ ଜେରା କରାଯାଉଛି । ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍, କଲ୍ ଡିଟେଲ୍ସ, ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଅନ୍ୟ ସମ୍ପର୍କଗୁଡ଼ିକର ଯାଞ୍ଚ କରାଯାଉଛି । ଏହି ଘଟଣା ପଛରେ ଆଉ କୌଣସି ବଡ଼ ନେଟୱର୍କ କାମ କରୁଛି କି ନାହିଁ, ସେନେଇ ATS ତଦନ୍ତ ଜାରି ରଖିଛି ।
