ଲକ୍ଷ୍ନୌ: ଜୁନିଅର ଛାତ୍ରଙ୍କୁ ରାଗିଂ କରିବା ୩୮ ସିନିଅର ଏମବିବିଏସ୍ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। କଲେଜ୍ କର୍ତ୍ତୃପକ୍ଷ ଏମାନଙ୍କୁ ସସ୍ପେଣ୍ଡ କରିଛନ୍ତି। ରାଗିଂ କରୁଥିବା ଅସାମାଜିକ ଛାତ୍ରଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚାକୁ ଆସିଛି ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମୟୁ)। ନିଲମ୍ବିତ ହୋଇଥିବା ଛାତ୍ରମାନେ ୨୦୨୫ ବ୍ୟାଚର।
ରିପୋର୍ଟ ଅନୁସାରେ, ବିଶ୍ୱ ବିଦ୍ୟାଳୟରେ ରାଗିଂ ନିରୋଧ କମିଟି(ଆଣ୍ଟି ରାଗିଂ କମିଟି) ତଦନ୍ତ କରିବା ପରେ ମାମଲା ସମ୍ପର୍କରେ ଜଣାପଡ଼ିଥିଲା। ତଦନ୍ତ ଆଧାରରେ ନିଲମ୍ବନ ଆଦେଶକୁ କୁଳପତି ଅନୁମୋଦନ ଦେଇଥିଲେ। ଏହାପରେ ଶିକ୍ଷା ବିଭାଗର ଡିନ୍ ଡକ୍ଟର ବୀରେନ୍ଦ୍ର ଅଟମ୍ ଏହାକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରକୃତରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜୁନିଅର ଛାତ୍ରଛାତ୍ରୀମାନେ ସିନିୟରମାନଙ୍କୁ ପ୍ରମାଣ ମହୋଦୟ କହି ଯାଉଥିବାର ଦେଖିବାକୁ ମିଳିଥିଲା। ଏହାପରେ କଲେଜର ରାଗିଂ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ି ଯାଇଥିଲା ।
୩ ମାସ ପାଇଁ ନିଲମ୍ବିତ ହେଲେ ୩୮ ଛାତ୍ର
ନିଲମ୍ବିତ ହୋଇଥିବା ୩୮ ଜଣଙ୍କ ମଧ୍ୟରେ ୨ ଜଣ ଜୁନିଅର ଛାତ୍ର ମଧ୍ୟ ରହିଛନ୍ତି। କାରଣ ଏହି ଦୁଇ ଜୁନିଅର ରାଗିଂ କରିବାରେ ସିନିଅରଙ୍କୁ ସହଯୋଗ କରିଥିଲେ। ଏମାନଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଥିବା ବେଳେ ମାନେ ଏହି ଅବଧି ପର୍ଯ୍ୟନ୍ତ କ୍ଲାସ୍ କରିପାରିବେ ନାହିଁ କି କଲେଜ ହଷ୍ଟେଲରେ ରହିପାରିବେ ନାହିଁ।
ତଦନ୍ତ ଅନୁସାରେ, ୨୦୨୬ ବ୍ୟାଚ୍ର ଏମବିବିଏସ ଛାତ୍ରଛାତ୍ରୀମାନଙ୍କୁ ସିନିୟରଙ୍କୁ ‘ପ୍ରମାଣ ମହୋଦୟ’ କହି ଯିବାକୁ ବାଧ୍ୟ କରାଯାଉଥିଲା। ଉଭୟ କ୍ଲାସ ଓ ହଷ୍ଟେଲରେ ଜୁନିଅରମାନେ ସିନିୟରଙ୍କୁ ଦେଖିଲେ ପ୍ରମାଣ ମହୋଦୟ କହୁଥିଲେ। ଯେଉଁ ଭିଡିଓଟି ଭାଇରାଲ ହେଉଥିଲା ତାହା KGMUର କଲାମ ସେଣ୍ଟର ସାମ୍ନାରେ ଉଠାଯାଇଥିଲା।
ଭିଡିଓରେ ପ୍ରଥମ ବର୍ଷର MBBS ଛାତ୍ରମାନେ ସେମାନଙ୍କର ସିନିୟର ଛାତ୍ରମାନଙ୍କୁ “ପ୍ରଣାମ ମହୋଦୟ ଜୀ” କହି ସମ୍ମାନ ଦେଉଥିଲେ। ଏବଂ ମୁଣ୍ଡ ଭାଙ୍ଗି ଯାଉଥିଲେ। ନିକଟରେ ଠିଆ ହୋଇଥିବା ଲୋକମାନେ ଏହି ଘଟଣାକୁ ରେକର୍ଡ କରିଥିଲେ। ଭିଡିଓ ଭାଇରାଲ ହେବା ପରେ KGMUର ଇଣ୍ଟି ରାଗିଂ ଟିମ ଏହାର ତଦନ୍ତ କରିଥିଲା। କାର୍ଯ୍ୟାନୁଷ୍ଠାନ ନେଇ ୩୮ ଛାତ୍ରଙ୍କୁ ନିଲମ୍ବିତ କରିବା ପରେ ମାମଲା ଚର୍ଚ୍ଚାକୁ ଆସିଛି।
