Nandankanan zoological park bhubaneswar odisha 1024x581

ଭୁବନେଶ୍ୱର: ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ହେବ ନନ୍ଦନକାନନ। ଏନେଇ ମାଷ୍ଟରପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଯୋଜନାରେ ନନ୍ଦନକାନନକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ କରିବେ ରାଜ୍ୟସରକାର। ନୂଆ ପ୍ରୋଜେକ୍ଟରେ ଟନେଲ ଆକ୍ବାରିୟମ, ଜଳପକ୍ଷୀ ଅଭୟାରଣ୍ୟ, ନାଇଟ ସଫାରୀ ଖୋଲିବ। ବିଦେଶରୁ ଅନେକ ପ୍ରକାରର ପକ୍ଷୀ ଓ ପଶୁ ନନ୍ଦନକାନନକୁ ଆଣିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି ।

ଟୁରିଷ୍ଟଙ୍କୁ ଆକର୍ଷିତ କରିବା ପାଇଁ ଅଷ୍ଟ୍ରେଲିଆରୁ ଆସିବ କଙ୍ଗାରୁ। ମନୋରମ ପକ୍ଷୀ ମଧ୍ଯରେ କାସୋୱାରୀ ମଧ୍ୟ ଆସିବ। ନିଦ୍ଧାରିତ ସମୟ ଭିତରେ ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ପ୍ରାଣୀ ଉଦ୍ୟାନ ପରିସରରେ ପ୍ଲାଷ୍ଟିକ ବନ୍ଦ କରିବାକୁ ମଧ୍ୟ ଖ୍ଯମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share