Screenshot 2023 12 20 143700 750x430

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଫୁସ୍‌ଫୁସ ସଂକ୍ରମଣରେ ପୀଡ଼ିତ ଥିଲେ।

୧୯୪୫ ଜାନୁୟାରୀ ୧୫ରେ ଅନୁଗୋଳ ଜିଲ୍ଲାର ଡୁବେଠାରେ ଜନ୍ମିତ ସନ୍ତୋଷ କୁମାର ୧୯୬୭ରେ ସରପଞ୍ଚ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୭୫ରେ ସେ ବଅଁରପାଳ ବ୍ଲକର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଅନୁଗୋଳ ସମବାୟ ବ୍ୟାଙ୍କର ସଭାପତି ମଧ୍ୟ ହୋଇଥିଲେ ସେ । ୧୯୮୦ ମସିହାରେ ସେ ଜାତୀୟ କଂଗ୍ରେସ ଦଳରୁ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସନ୍ତୋଷ ।

ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ସମ୍ପର୍କରେ ଜିଲା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଖବର ଜଣାପଡ଼ିବା ପରେ ଜିଲ୍ଲା କଂଗ୍ରେସ ମହଲରେ ଶୋକର ଛାୟା ଖେଳିଯାଇଛି।

Share