C9c58b35 b54d 40ed a367 2ff13bd4d11a 750x430

ନୂଆଦିଲ୍ଲୀ: ରାଜସ୍ଥାନର କୋଚିଂ ସେଣ୍ଟର କୋଟରେ ପହଞ୍ଚି ଶିକ୍ଷାମନ୍ତ୍ରୀ ଆକସନ ମୋଡରେ ନଜର ଆସିଥିଲେ। ଏଣିକି ଶିକ୍ଷା ବିଭାଗ ପ୍ରତି ଯଦି କୌଣସି ଶିକ୍ଷକ ଆଞ୍ଚ ଆଣନ୍ତି ତେବେ ସେମାନଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଲାଇବା ନେଇ ଶିକ୍ଷାମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି।

ସରକାରୀ ସ୍କୁଲରେ ପିଲାଙ୍କୁ ଖରାପ ବ୍ୟବହାର ଦେଖ‌ାଇଲା ଶିକ୍ଷକଙ୍କୁ ଏଣିକି ମହଙ୍ଗା ପଡ଼ିବ ବୋଲି ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଟାରେ ଛାତ୍ରୀମାନଙ୍କୁ ସାଇକେଲ ବିତରଣ କରାଯିବା କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରୀ ସାମିଲ ହୋଇଥିଲେ।

ଏହି ଅବସରରେ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ଶିକ୍ଷକମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ‘ମୋତେ ଫାଶୀ ପଛେ ଦିଆଯାଉ କିନ୍ତୁ ନିୟମର ଅବହେଳା କରୁଥିବା ଶିକ୍ଷକ ଓ ଖରାପ ବ୍ୟବହାର ଦେଖାଉଥିବା ଶିକ୍ଷକଙ୍କ ଉପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣ କିଛି ଶିକ୍ଷକଙ୍କ ନିଚ କାମ ହେତୁ ଶିକ୍ଷା ବିଭାଗ ପ୍ରତି ଆଞ୍ଚ ଆସୁଛି। ତେଣୁ ଆଗକୁ ଏଭଳି ଶିକ୍ଷକଙ୍କର କୌଣସି ସଫେଇ ଶୁଣାଯିବ ନାହିଁ। ଏମିତି ଶିକ୍ଷକଙ୍କୁ କୌଣସି ପ୍ରକାର ପ୍ରସୟ ମିଳିବ ନାହିଁ।

ଏମିତି କାମ କରୁଥିବା ନେଇ ଯଦି କୌଣସି ଶିକ୍ଷକଙ୍କ ବିରୋଧରେ ଅଭିଯେ‌ାଗ ଆସେ ତେବେ  ନିଲମ୍ବନ ନେବା ଯ‌ଥେଷ୍ଟ ହେବ ନାହିଁ। ନିଲମ୍ବନ ସହ ସେମାନଙ୍କ  ସମ୍ପତ୍ତି ଉପରେ ବୁଲଡୋଜର ଚଲାଇବା ନିହାତି ଆବଶ୍ୟକ।’

Share