Droupadi Murmu 750x430

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (ଫେବୃଆରୀ ୧୦ ତାରିଖ) ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପରିଦର୍ଶନ କରି ସଙ୍ଗମରେ ସ୍ନାନ କରିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପୌଷ ପୂର୍ଣ୍ଣିମା (ଜାନୁଆରୀ ୧୩)ରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାବେଶ ମହାକୁମ୍ଭ ସାରା ବିଶ୍ୱରୁ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ। ଏହା ଫେବ୍ରୁଆରି ୨୬ ମହାଶିବରାତ୍ରୀ ପର୍ଯ୍ୟନ୍ତ ଚାଲିବ।

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ପ୍ରୟାଗରାଜ ଗସ୍ତ ସମୟରେ ରାଷ୍ଟ୍ରପତି ପବିତ୍ର ସ୍ନାନ କରି ସଙ୍ଗମରେ ପୂଜାର୍ଚ୍ଚନା କରିବେ, ଅକ୍ଷୟବଟ ଓ ହନୁମାନ ମନ୍ଦିରରେ ପୂଜା ଓ ଦର୍ଶନ କରିବେ ଏବଂ ଡିଜିଟାଲ କୁମ୍ଭ ଅନୁଭବ କେନ୍ଦ୍ର ପରିଦର୍ଶନ କରିବେ।

Share