20250402100157 Poonam Gupta

ଅର୍ଥନୀତିଜ୍ଞ ତଥା ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ(ଏନସିଏଇଆର)ର ମହାନିର୍ଦେଶକ ପୁନମ ପାଣ୍ଡେଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ସେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଗତ ଜାନୁୟାରୀରେ ଆରବିଆଇ ଡେପୁଟି ଗଭର୍ଣ୍ଣର ଥିବା ଏମ.ଡି. ପାତ୍ରଙ୍କ କାର୍ଯ୍ୟକାଳ ସରିବା ପରଠାରୁ ଉକ୍ତ ପଦବୀଟି ଖାଲି ପଡ଼ିଥିଲା। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି(ଏସିସି) ପୁନମଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ତେବେ ପୁନମଙ୍କ ଯୋଗଦାନ ତାରିଖ ଧାର୍ଯ୍ୟ ହୋଇନାହିଁ। ସେ ବର୍ତ୍ତମାନ ଏନସିଏଇଆର ମହାନିର୍ଦେଶକ ସମେତ ଅର୍ଥନୈତିକ ଉପଦେଷ୍ଟା ପରିଷଦର ସଦସ୍ୟ ଅଛନ୍ତି।

Share