Screenshot 2025 07 27 105952

କଟକ:ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦ ଡ୍ୟାମର ବନ୍ୟା ଜଳ । ଏବେ ୪ ଲକ୍ଷ ୨୦ ହଜାର ୮୨୪ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମର ଜଳସ୍ତର ୮୬.୭୦ ଫୁଟ୍ ରହିଛି ଓ ଡାଉନ୍ ଷ୍ଟ୍ରିମର ଜଳସ୍ତର ୮୩.୮୦ ଫୁଟ୍ ଅଛି । ଏହା ସନ୍ଧ୍ୟା ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ କ୍ୟୁସେକ ହେବା ନେଇ ମୁଣ୍ଡଳୀ ଉପଖଣ୍ଡ ଜଳସେଚନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ହୀରାକୁଦରୁ ଦ୍ୱିତୀୟ ବନ୍ୟାଜଳ ଆସିବା ପରେ ଏବେ ଧୀରେ ଧୀରେ ଫୁଲିବାରେ ଲାଗିଛି ମହାନଦୀ। ଏପଟେ ମା ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀ ବନ୍ୟାଜଳ । ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିବାରୁ ପଶିଲା ବନ୍ୟାଜଳ । ମନ୍ଦିରରେ ବନ୍ୟା ଜଳ ପ୍ରବେଶ କଲେ ମାଆଙ୍କୁ ସ୍ଥାନାନ୍ତର କରାଯିବ ।

Share