ସଂଘର ଯେଉଁ ଦାବିପତ୍ର ଦେଇଥିଲା ତାହା ସଂପର୍କରେ ସଂଘ ସହ ଆଲୋଚନା ହୋଇଛି। କ୍ୟାଡର୍ ପୁନର୍ଗଠନ ଦାବି ରାଜସ୍ବ ବିଭାଗର ଅଧୀନ ନୁହେଁ। ସାଧାରଣ ପ୍ରାଶସନ ବିଭାଗକୁ ଏ ସଂପର୍କରେ ସୂଚନା ଦିଆଯାଇଛି। ମାତ୍ର ଅପେକ୍ଷା ନ କରି ସମୂହ ଛୁଟିରେ ଯିବା ଗ୍ରହଣୀୟ ନୁହେଁ। ତେଣୁ ସେମାନଙ୍କ ଛୁଟିକୁ ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଅମଲାଙ୍କ କାମ ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପତ୍ର ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ପ୍ରତିବାଦରେ ବସିଥିବା ଅମଲା କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରତିବାଦରେ ବସିବା ପାଇଁ ଛୁଟି ଦିଆଯିବ ନାହିଁ। ପୂର୍ବରୁ ସୂଚନା ନ ଦେଇ ଏଭଳି ପଦକ୍ଷେପ ନେଲେ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। କାର୍ଯ୍ୟ ବନ୍ଦ ପ୍ରତିବାଦ ଯୋଗୁଁ ସାଧାରଣ ଲୋକଙ୍କ ସମସ୍ୟା ହେଉଛି। ଉପସ୍ଥାନରେ ଏହାକୁ ଅନୁପସ୍ଥିତ ବୋଲି ଦର୍ଶାଯିବ। ଅନ୍ୟପକ୍ଷରେ ଏ ସଂପର୍କରେ ଅମଲା ସଂଘର ପ୍ରତିକ୍ରିୟା ମିଳିପାରିନାହିଁ।

