Fire 5

ଭୁବନେଶ୍ୱର : ରାଜଧାନୀରେ ଜଳିଗଲେ ମହିଳା । ଦୀପ ନିଆଁରେ ମହିଳା ମୃତ। ଭୁବନେଶ୍ବରର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ମୃତ ମହିଳା ହେଲେ ଶିଳ୍ପୀ ଦାସଗୁପ୍ତା ।

ସୂଚନା ଅନୁସାରେ ଶିଳ୍ବୀ ଦାସଗୁପ୍ତା ଗତକାଲି ସନ୍ଧ୍ୟାରେ ଦୀପନିଆଁରେ ଜଳି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।  ତାଙ୍କର ଶରୀରର ପ୍ରାୟ ୮୦ ପ୍ରତିଶତ ଜଳି ଯାଇଥିଲା ।  ତାଙ୍କୁ ପ୍ରଥମେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ଏହା ପରେ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।  ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Share