Khunta college

ମୟୂରଭଞ୍ଜ : କଲେଜକୁ ଆସୁଥିବା ବିଭିନ୍ନ ପ୍ରକାର ଅନୁଦାନକୁ ହେରଫେର ଅଭିଯୋଗ ।  ଆଉ କୋଟିଏରୁ ଉର୍ଦ୍ଧ ଟଙ୍କା ପ୍ରିନ୍ସିପାଲ ଲୁଟି ନେଇଛନ୍ତି ।  ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ କଲେଜର ଆକାଉଣ୍ଟସ ଅଧିକାରୀ ।  ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା କଲେଜରୁ ଆସିଛି ସାଙ୍ଘାତିକ ଅଭିଯୋଗ ।

କଲେଜ ପାଇଁ ଆସିଥିବା ସୋଲାର, ଛାତ୍ରଛାତ୍ରୀଙ୍କ ନିକଟରୁ ଆଦାୟ ହେଉଥିବା ଟଙ୍କା ସମେତ ବିଭିନ୍ନ ପ୍ରକାର ଉନ୍ନୟନ କାମ ପାଇଁ ଆସିଥିବା ଟଙ୍କାକୁ ଖୁଣ୍ଟା କଲେଜର ପ୍ରିନ୍ସିପାଲ ସରୋଜ ରଞ୍ଜନ ତ୍ରିପାଠୀ ଖର୍ଚ୍ଚ କରିଥିବା ଅଭିଯୋଗ ଆଣିଛନ୍ତି ଆକାଉଣ୍ଟ ଅଧିକାରୀ ।

ଟଙ୍କା ଖର୍ଚ୍ଚ କରିବା ବାବଦରେ କୌଣସି ସୂଚନା ଆକାଉଣ୍ଟ ଅଧିକାରୀଙ୍କୁ ନ ଦେବା ସହ କୌଣସି ଦସ୍ତାବିଜ ମଧ୍ୟ ଦେଖାଇ ପାରି ନାହାନ୍ତି ।  କୋଟିଏରୁ ଉର୍ଦ୍ଧ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଆଣି ଉପଜିଲ୍ଲାପାଳଙ୍କ ସମେତ ଡେପୁଟି ଡାଇରେକ୍ଟରଙ୍କୁ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଯାହାର ତଦନ୍ତ କରିବା ପାଇଁ ରିଜିଓନାଲ ଡାଇରେକ୍ଟର ନିର୍ଦ୍ଦେଶ ଦେଇଛନ୍ତି।  ଘଟଣା ବାବଦରେ କ୍ୟାମେରା ସାମ୍ନାରେ କଲେଜ ପ୍ରିନ୍ସିପାଲ ସରୋଜ ତ୍ରିପାଠୀ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

Share