ଦର୍ଶକମାନେ ସେମାନଙ୍କ ପସନ୍ଦ ଭାଷାରେ ଅନୁବାଦିତ ରିଲ୍ସ ଦେଖିପାରିବେ। ତେବେ, ସେମାନେ ସେଟିଂସ ମେନୁ ମାଧ୍ୟମରେ ନିର୍ଦ୍ଦିଷ୍ଟ ଭାଷାର ଅନୁବାଦକୁ ବନ୍ଦ କରିବାର ବିକଳ୍ପ ମଧ୍ୟ ରଖିଛନ୍ତି। ଫେସବୁକ ପେଜ୍ଗୁଡ଼ିକ ପାଇଁ, ମେଟା କ୍ରିଏଟରମାନଙ୍କୁ ଗୋଟିଏ ରିଲ୍ ପାଇଁ ୨୦ଟି ପର୍ଯ୍ୟନ୍ତ ଡବ୍ଡ ଅଡିଓ ଟ୍ରାକ ଅପଲୋଡ଼ କରିବାର ସୁବିଧା ଦେଉଛି, ଯାହା ଦର୍ଶକଙ୍କ ପହଞ୍ଚକୁ ଆହୁରି ବଢ଼ାଇବ।
ଏହି ଉନ୍ନୟନ ମେଟାର ବିଶ୍ୱବ୍ୟାପୀ ଯୋଗାଯୋଗକୁ ସରଳ କରିବା ଏବଂ ବିଭିନ୍ନ ଅଞ୍ଚଳରେ ବିବିଧ ଦର୍ଶକଙ୍କ ସହ ସମ୍ପର୍କ ମଜବୁତ କରିବାର ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଛି।
ଶର୍ଟ-ଫର୍ମ କଣ୍ଟେଣ୍ଟକୁ ନେଇ ବଢୁଛି ଚିନ୍ତା
ମେଟା ନୂଆ ଟୁଲ୍ ଓ ଅପଡେଟ ସହ ଉପଭୋକ୍ତା ଅଭିଜ୍ଞତାକୁ ଉନ୍ନତ କରୁଥିବା ବେଳେ, ଗବେଷକମାନେ ଶର୍ଟ-ଫର୍ମ ଭିଡିଓର ବଢୁଥିବା ପ୍ରଭାବକୁ ନେଇ ସତର୍କତା ଜାରି କରିଛନ୍ତି। ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଇନଷ୍ଟାଗ୍ରାମ, ଟିକଟକ ଓ ୟୁଟ୍ୟୁବ ଶର୍ଟସ ଭଳି ପ୍ଲାଟଫର୍ମଗୁଡ଼ିକ ମନୁଷ୍ୟର ମସ୍ତିଷ୍କର ରିୱାର୍ଡ ପାଥୱେକୁ ମଦ ଭଳି ନିଶାକାରୀ ପଦାର୍ଥ ପରି ଉତ୍ତେଜିତ କରେ।
ନ୍ୟୁରୋଇମେଜ ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରେ, ଚୀନର ତିଆଞ୍ଜିନ ନର୍ମାଲ ୟୁନିଭର୍ସିଟିର ପ୍ରଫେସର କିଆଙ୍ଗ ୱାଙ୍ଗଙ୍କ ନେତୃତ୍ୱରେ ଦର୍ଶାଯାଇଛି ଯେ, ଯେଉଁମାନେ ନିୟମିତ ଶର୍ଟ ଭିଡିଓ ଦେଖନ୍ତି, ସେମାନଙ୍କ ମସ୍ତିଷ୍କର ନିଶା ସହ ଜଡ଼ିତ ଅଂଶଗୁଡ଼ିକରେ ଅଧିକ ସକ୍ରିୟତା ଦେଖାଯାଏ। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଭିଡିଓ ଦେଖିବା ଦ୍ୱାରା ଧ୍ୟାନ, ସ୍ମୃତି ଓ ପ୍ରେରଣା ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଏହା ସହ ବିଷଣ୍ଣତା ଓ ନିଦ୍ରା ସମସ୍ୟାର ଆଶଙ୍କା ମଧ୍ୟ ବଢ଼ିପାରେ।

