କେନ୍ଦୁଝର:ଗତକାଲିଠାରୁ ପ୍ରବଳ ବର୍ଷା ଫଳରେ ଫୁଲୁଛି ନଦୀ ନାଳ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଫଳରେ ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି । ଯାହାଦ୍ବାରା ପାଟଣା ବ୍ଲକ ଚୀନା ମାଳି ପୋଷି ପଞ୍ଚାୟତ ନୂଆପଡ଼ାରୁ ଢେଙ୍କିକୋଟ, କପାସପଡ଼ା ଘଟଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଏଥିସହ ଘଟଗାଁ, ଢେଙ୍କିକୋଟ ପାଶର୍ବରୁ ପର୍ଯ୍ୟଟନ ଭୀମ କୁଣ୍ଡ ସୀତା ନଦୀ ଉପରେ ନବ ନିର୍ମିତ ପୋଲର ଆପ୍ରୋଚ ରୋଡ୍ କାମ ସରି ନାହିଁ । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳରେ ବ୍ୟାହତ ହୋଇଛି। ପୁରୁଣା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି।

