ଚିଠିରେ କୁହାଯାଇଛି, “ବାୟୋମେଟ୍ରିକ୍ ହାଜିରା ସିଷ୍ଟମ୍ (ବିଏଏସ୍) ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ପଦକ୍ଷେପ। ଏହା ଅନୁଶାସନ ଆଣିବ, ଅନୁପସ୍ଥିତି କମାଇବ ଓ କାମରେ ଅଧିକ ରେଜଲ୍ଚକୁ ପ୍ରୋତ୍ସାହିତ କରିବ।”
ଏହି ନିର୍ଦ୍ଦେଶ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗୁ ହେବ। ଜିଲ୍ଲାପାଳମାନଙ୍କୁ ବାୟୋମେଟ୍ରିକ୍ ମେସିନ୍ ସ୍ଥାପନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହା ସହ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍) ବିଭାଗକୁ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗ ଜଣାଇଛି ଯେ ଅନେକ ସରକାରୀ ବିଭାଗରେ ବାୟୋମେଟ୍ରିକ୍ ହାଜିରା ସିଷ୍ଟମ୍ ପୂର୍ବରୁ ଲାଗୁ ହୋଇଛି। ଏହା ଅଧିକ ଫଳପ୍ରଦ ହୋଇଛି। ଅଧିକାରୀମାନେ ଆଶା କରୁଛନ୍ତି ଯେ ଏହି ସିଷ୍ଟମ୍ ପଞ୍ଚାୟତିରାଜରେ ଅନୁଶାସନ ଓ ଦାୟିତ୍ୱବୋଧକୁ ବଢ଼ାଇବ।

