କଟକ: ଆସନ୍ତା ୨୭ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଏଥର ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ସଂସ୍ଥାର ଟେକନିକ ଅନୁଧ୍ୟାନ କରାଯାଇଛି । ତେଣୁ ଦେଶର ଏହି ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ଅନୁଯାୟୀ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ।
ପୋଲିସ ସହାୟତାରେ ଯିବ ଡିଜି ଲକର, ବକ୍ସ, ଟ୍ରଙ୍କରେ ପ୍ରଶ୍ନପତ୍ର । ଜିଲ୍ଲାପାଳ, ଏସପି ଓ ଡିଇଓଙ୍କ ସହାୟତାରେ ଅନୁଷ୍ଠିତ ହେବ ପରୀକ୍ଷା । ୧୯୩ ଟି କେନ୍ଦ୍ରରେ ପରୀକ୍ଷା ହେବ । ସେପ୍ଟେମ୍ବର ୧୭ ତାରିଖରୁ ଆଡ଼ମିଟ କାର୍ଡ ହେବ ଉପଲବ୍ଧ । ଏନେଇ ସୂଚନା ଦେଇଛନ୍ତି ।

