ଭୁବନେଶ୍ବର: ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଇବ ।
ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା ହେବ:
ଟ୍ରେନ୍ ନମ୍ବର ୦୮୫୦୮/୦୮୫୦୭ ବିଶାଖାପାଟଣା- ଶାଲିମାର-ବିଶାଖାପାଟଣା ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ବିଶାଖାପାଟଣାରୁ: ୨୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ୧୧:୨୦ ଘଣ୍ଟାରେ ଛାଡିବ ଓ ଶାଲିମାରରୁ: ୨୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପ୍ରତି ବୁଧବାର ୦୫:୦୦ ଘଣ୍ଟାରେ ଛାଡିବ
ରହଣି (ଉଭୟ ପଟୁ) ସିମାଚଳମ, ବିଜୟନଗରମ୍, ଚିପୁରୁପାଲି, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ବାଲୁଗାଁ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର-କେଉଁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର ଏବଂ ସାନ୍ତରାଗାଛି।

