ଭୁବନେଶ୍ବର: ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଲଗାଇଲେ ସରକାର । ଏବେ ଆଉ ନଦୀ କିମ୍ବା ଜଳାଶୟ ବା ଜଳଭଣ୍ଡାର ଭିତରେ ମନ ଇଛା ପାଇପ ଲାଇନ ବିଛାଇ ପାରିବେନି କୌଣସି ସଂସ୍ଥା । ଏନେଇ ଆଜି ନୂଆ ମାର୍ଗଦର୍ଶିକା ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ ।
ଯଦି କୌଣସି ସଂସ୍ଥା ନଦୀ କିମ୍ବା ଜଳ ଭଣ୍ଡାର ଭିତରେ ପାଇପ ଲାଇନ ବିଛାନ୍ତି ଏଥିପାଇଁ ସେମାନେ ୱାଟର୍ ବଡି କ୍ରସିଂ ଅନୁମତି ପତ୍ର ଦେବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହାପରେ ଯାଇ ସମ୍ପୃକ୍ତ ସଂସ୍ଥାକୁ ଜଳ ସମ୍ପଦ ବିଭାଗ ଅନୁମତି ଦେବ ।

