କଟକ: କଟକରେ ଏନଓସି ନନେଲେ ମିଳିବନି ପୂଜା ମଣ୍ଡପକୁ ଆୟୋଜନ ଅନୁମତି । ପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି । କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛି । କେବଳ ୧୧୭ଟି ପୂଜାମଣ୍ଡପ NOC ପାଇଁ ଆବେଦନ କରିଛନ୍ତି । ୪୦ଟି ମଣ୍ଡପ NOC ପାଇଁ ଆବେଦନ କରି ନାହାନ୍ତି । ଏଥିପାଇଁ ସେମାନଙ୍କୁ ଶେଷ ସୁଯୋଗ ଦିଆଯିବ ବୋଲି କୁହାଯାଇଛି ।

