ନୂଆଦିଲ୍ଲୀ: ଋଷ ତେଲ କିଣିବା ବନ୍ଦ କରୁ ଭାରତ, ଏମିତି ପୁଣି କହିଛନ୍ତି ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟନିକ୍ । ସେ କହିଛନ୍ତି ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତେବେ ହିଁ ଉଚ୍ଚ ଶୁଳ୍କ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ । ଲୁଟନିକ୍ କହିଛନ୍ତି ଯେ, ସେ ବର୍ତ୍ତମାନ ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

