Sonepur accident 1200x675 1 750x430

ବିନିକା: ଟ୍ରାକ୍ଟରକୁ ଧକ୍କା ଦେଲା ପିକନିକ ବସ୍ । ୨୦ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସୋନପୁର ଡୁଙ୍ଗୁରିପାଲି ନିକଟରେ ଜାତୀୟ ରାଜପଥ ୧୨୬(A)ରେ ମଙ୍ଗଳବାର ସ୍କୁଲ ପିକନିକ୍ ପାଇଁ ଯାଉଥିବା ଗୋଟିଏ ବସ୍ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଯାହାଫଳରେ ଅତି କମରେ ୨୦+ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

ଇନ୍ଦୁରେଖା ରାଇସ୍ ମିଲ୍ ନିକଟରେ ସାଲେପାଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକଙ୍କ ସହିତ ବରଗଡ଼ର ପଦମପୁରରୁ ସୋନପୁରର ପାତାଳି ଶ୍ରୀକ୍ଷେତ୍ରକୁ ଯାଉଥିଲେ। ଆହତମାନଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Share