Protest

ଉମରକୋଟ : ଧାରଣାରେ ଚାଷୀ, ଯାତ୍ରୀ ହନ୍ତସନ୍ତ ।  ନବରଙ୍ଗପୁର ଜିଲ୍ଲାରେ ଦ୍ବିତୀୟ ଦିନରେ ପହଂଚିଛି ଚାଷୀ ଆନ୍ଦୋଳନ ।  ୪ଟି ବ୍ଲକରେ ଠପ୍ ହୋଇଯାଇଛି ଚକ ଓ ଅଖ ।  ଗୁରୁତର ପ୍ରଭାବ ପଡିଛି ସାଧାରଣ ପରିବହନ ସେବା ଉପରେ ।  ଦୂରଗାମୀ ବସ ଗୁଡ଼ି ଉମରକୋଟ ବ୍ଲକ ସୀମାରେ ପହଞ୍ଚିବା ପରେ ରାସ୍ତା ଅବରୋଦ ଯୋଗୁ ଆଗକୁ ଯାଇପାରୁନାହିଁ । ସହର ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଯାତ୍ରୀଙ୍କୁ ଓହ୍ଲାଇ ଦେଉଛି ବସ୍ ।  ସେଠାରୁ କୌଣସି ପରିବହନ ସେବା ନଥିବା ଯୋଗୁଁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ।  ରାସ୍ତା ରୋକ ଯୋଗୁ ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି ।

Share