Samal

କଟକ : ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଡ଼ଚଣା ବ୍ଲକ ପଶୁସମ୍ପଦ କାର୍ଯ୍ୟାଳୟ କର୍ମଚାରୀ ।  କୁକୁଡ଼ା ଚାଷ ସ୍କିମ ସବସିଡ଼ି ପାଇଁ ନେଉଥିଲେ ଲାଞ୍ଚ ।  ବ୍ଲକ ଭେଟେନାରୀ ଅଫିସ କାର୍ଯ୍ୟକ୍ରମ ସହାୟକ ଶୁଭାଶିଷ ସାମଲ।  କୁକୁଡ଼ା ଚାଷ ସ୍କିମ ପ୍ରଥମ ପର୍ଯ୍ୟାୟ ସବସିଡ଼ି ୨ ଲକ୍ଷ ୧୬ ହଜାର ରିଲିଜ ପାଇଁ ନେଉଥିଲେ ଏହି ଲାଞ୍ଚ ।  ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ସବସିଡ଼ି ପାଇଥାନ୍ତେ ହିତାଧିକାରୀ ।  ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ ।  ଟ୍ରାପ ପରେ ଶୁଭାଶିଷ ସାମଲଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।  ଦୁଇଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ।

Share