କଟକ: ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ବର୍ଷେ ହେବ ସଜ୍ଜା ଭୋଗୁଥିଲେ । ବିଚାରାଧୀନ କଏଦୀ ଭାବେ ହାଇ ସିକ୍ୟୁରିଟି ସେଲରେ ଥିଲ । ମୃତ କଏଦୀ ଜଟକ ଦରଘାବଳାର ଥାନା ହାତୀପୋର୍ଖରୀ ଅଂଚଳର ମହମ୍ମଦ କଲିମ୍ ଖାନ୍ । ୬ ନମ୍ବର ସେଲର ଝରକା ରେଲିଂରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ କଏଦୀ ଜରକ ମାନସିକ ଭାରସାମ୍ୟ ହରାଇଥିଲେ ବୋଲି ଜଣାପଡିଛି । ଆତ୍ମହତ୍ୟା ନେଇ ଚୌଦ୍ବାର ଥାନାରେ ଏତଲା ଦିଆଯାଇଛି । ପ୍ରାଥମିକ ତଦନ୍ତରୁ କଏଦୀ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିବା ଜେଲ୍ ଡିଆଇଜି ଅନସୂୟା ଜେନା ସୂଚନା ଦେଇଛନ୍ତି ।
ପ୍ରଶାସନିକ ଅବହେଳାକୁ ଖଣ୍ଡନ କରିଛନ୍ତି ଜେଲ କତ୍ତୃପକ୍ଷ । ଗତ ୮ ମାସ ଭିତରେ ଦୁଇ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି । ଗତ ବର୍ଷ ମେ ମାସ ୨୪ ତାରିଖରେ, ଚୌଦ୍ଵାର ମଣ୍ଡଳ କାରାଗାରରେ ଆଜୀବନ ସଜ୍ଜା କାଟୁଥିବା କଏଦୀ ବିଷ୍ଣୁ ଚରଣ ସ୍ଵାଇଁଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ମିଳିଥିଲା । ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିଲେ ।

