ଭଦ୍ରକ: ଅବସରପ୍ରାପ୍ତ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଭଦ୍ରକ ଟାଉନ ଥାନା ବନ୍ତ ଛକରେ ଘର ଭିତରୁ ଅବସରପ୍ରାପ୍ତ ନର୍ସଙ୍କ ମୃତଦେହ ମିଳିଛି । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି ।
ସୂଚନା ଅନୁଯାୟୀ, ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅବସରପ୍ରାପ୍ତ ନର୍ସ କୁମୁଦିନୀ ମହାପାତ୍ର ଭଦ୍ରକ ବନ୍ତ ଛକ ନିକଟରେ ନିଜ ସ୍ୱାମୀଙ୍କ ସହ ରହୁଥିଲେ । ଗତକାଲି ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଜି ସକାଳୁ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

