Suresh pujaree

ସମ୍ବଲପୁର : ମହାନଦୀ ପ୍ରସଙ୍ଗରେ ବିଜେଡ଼ିକୁ ନିଶାଣ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ୟା ସେମାନେ ତିଆରି କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ମହାନଦୀ ସମସ୍ୟା ପ୍ରସଙ୍ଗରେ ବିରୋଧୀ ବିଜୁ ଜନତା ଦଳକୁ ନିଶାଣ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ମହାନଦୀ ହେଉଛି ପ୍ରକୃତିର ବରଦାନ । ମହାନଦୀର ଅଧାଅଂଶ ଛତିଶଗଡ ରେ ଓ ଅଧାଅଂଶ ଓଡ଼ିଶାରେ ରହିଛି । ହୀରାକୁଦ ବନ୍ଧ ପର୍ଯ୍ୟନ୍ତ ୮୭ ପ୍ରତିଶତ ଛତିଶଗଡ ପାଖରେ ଓ ୧୩ ପ୍ରତିଶତ ଓଡିଶା ଭାଗରେ ରହିଛି । ସମ୍ବିଧାନ ରେ ବ୍ୟବସ୍ଥା ରହିଛି ଯଦି ଗୋଟିଏ ନଦୀ ଦୁଇଟି ରାଜ୍ୟ ଦେଇ ଯାଇଥିବ ତାହେଲେ ସେମାନେ ଏହାକୁ ସମାନ ବ୍ୟବହାର କରିବେ । ରାଜ୍ୟମାନେ ଏହାକୁ ମାନିବା ପାଇଁ ସେଣ୍ଟ୍ରାଲ ୱାଟର କମିଶନ ତିଆରି ହେଲା । ଛତିଶଗଡ ଗୋଟିଏ ପରେ ଗୋଟିଏ ପ୍ରାୟ ୭୦୦ ବ୍ୟାରେଜ ୨୦୧୪ ରୁ ୨୦୨୨ ମଧ୍ୟରେ । ସେତେବେଳେ ବିଜେଡି ସରକାରରେ ଥାଇ ମଧ୍ୟ ଦିନେ ବି ଏହାର ବିରୋଧ କଲା ନାହିଁ । ସମ୍ପୂର୍ଣ ବ୍ୟାରେଜ ନିର୍ମାଣ ସରିଲା ବେଳେ ବିଜେଡି ଏହାର ପ୍ରତିବାଦ ଆରମ୍ଭ କଲା । ଯେଉଁ ସମୟରେ ବିରୋଧ କରିବା କଥା ସେତେବେଳେ ବାହାରିଲେ ନାହିଁ । କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଏନେଇ କୌଣସି ଆଲୋଚନା କଲେ ନାହିଁ । କେନ୍ଦ୍ର ସରକାର ନିଜ ପକ୍ଷରୁ ଟ୍ରିବ୍ୟୁନାଲ ତିଆରି କଲେ । ଟ୍ରିବ୍ୟୁନାଲରେ ବିଜେଡ଼ି ସରକାର ମାମଲା ମଧ୍ୟ ଲଢ଼ିଲେ ନାହିଁ । ବିଗତ ୫ବର୍ଷ ମଧ୍ୟରେ ୭୦ରୁ ଅଧିକ ଶୁଣାଣି ହୋଇଛି । ଏଥିରେ ମାତ୍ର ଜଣେ ସାଖି ହେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ବିଧାନସଭାରେ ବିବୃତ୍ତି ରଖିଥିଲେ ଯେ, ଯେତେ ବ୍ୟାରେଜ ନିର୍ମାଣ ହେଲେ ମଧ୍ୟ ଓଡିଶା ପଟେ ମହାନଦୀ ପ୍ରବାହରେ କୌଣସି ଅସୁବିଧା କି କ୍ଷତି ହେବନାହିଁ । ଏହି ତଥ୍ୟ ଛତିଶଗଡ ସରକାର ତାଙ୍କ ବିଧାନସଭାରେ ଦେଖାଇ ଥିଲେ । ଟ୍ରିବ୍ୟୁନାଲରେ ସେହି ରିପୋର୍ଟକୁ ଓଡିଶାର ଜଳସମ୍ପଦ ମନ୍ତ୍ରୀ ଦେଖାଇ କହିଥିଲେ ଯେ, ବ୍ୟାରେଜ ଯୋଗୁଁ ଓଡିଶାପଟେ କିଛି ଅସୁବିଧା ହେବ ନାହିଁ । କିନ୍ତୁ ଏବେ ଆମ ସରକାର ଆମ ଶକ୍ତି ସାମର୍ଥ୍ୟ ବୁଦ୍ଧିମତା ବ୍ୟବହାର କରୁଛୁ କିପରି ଓଡିଶା ସ୍ଵାର୍ଥ୍ୟ କେମିତି ରକ୍ଷା ହେବ ।

Share