ନୟାଗଡ : ମାତିଛି ଗୋଠଛଡା ଦନ୍ତା । ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ । ମୃତକ ହେଲେ ନୟାଗଡ ଜିଲ୍ଲା ରଣପୁର ରେଞ୍ଜ ବିରୁଡ଼ା ଗାଁର ଭିକାରି ବେହେରା । ଗତକାଲି ସନ୍ଧ୍ୟାରେ ଗାଁ ରାସ୍ତାରେ ଯାଉଥିବା ବେଳେ ଦନ୍ତା ଆଗରେ ପଡିଯାଇଥିଲେ । ସେଠାରେ ଦନ୍ତା ତାକୁ ଟେକି କଚାଡି ଦେଇଥିଲା । ରଣପୁର ବନାଞ୍ଚଳ ଅଧିକାରୀ ଓ ଗ୍ରାମବାସୀ ଜଙ୍ଗଲକୁ ଯାଇ ଯୁବକକୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କ୍ଷତି ପୂରଣ ପାଇଁ ଗ୍ରାମବାସୀ ଦାବି କରୁଥିବା ବେଳେ ବନବିଭାଗର ଦାୟିତ୍ୱ ହୀନତା ପାଇଁ ହାତୀ ଆକ୍ରମଣରେ ଅନେକ ନିରୀହ ଜୀବନ ଯାଉଥିବା ଅଭିଯୋଗ ହୋଇଛି ।

