Paddy

ଭୁବନେଶ୍ୱର : ଧାନମଣ୍ଡିରେ ଉତ୍ତେଜନା । ୩ଟି ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଚାଷୀ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ନିଆଳ ପ୍ରାଥମିକ କୃଷି ସେବା ସମବାୟ ସମିତିର ଦୃଶ୍ୟ । ବିଭିନ୍ନ ଆଳ ଦେଖାଇ ଧାନ ନନେବା ସହ ଚାଷୀଙ୍କୁ ଅଯଥା ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ପ୍ରତିବାଦରେ ମିଲରଙ୍କ ୩ଟି ଧାନ ବୋଝେଇ ଟ୍ରକକୁ ଅଟକ ରଖିଥିଲେ ଚାଷୀ ।

ଅଭିଯୋଗ ଅନୁଯାୟୀ, ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରଶାନ୍ତି ରାଇସ୍ ମିଲ୍ ନିଅଳ ପ୍ରାଥମିକ କୃଷି ମେବା ସମବାୟ ସମିତି ଅଧୀନ ନିଆଳ ଓ ଟୁଙ୍ଗା ପଞ୍ଚାୟତର ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରିବାକୁ ଅନୁବନ୍ଧିତ ହୋଇଛି । ଚାଷୀମାନେ ଧାନମଣ୍ଡିରେ ଧାନବସ୍ତା ରଖି ଅପେକ୍ଷା କରିଥିଲେ । ବିଳମ୍ବରେ ଗାଡି ପହଂଚିଥିଲେ ମଧ୍ୟ ଧାନର ମାନ ଖରାପ ଦର୍ଶାଇ ଗାଡି ଚାଲି ଯାଇଥିଲା । ଫଳରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ୩ଟି ଧାନ ବୋଝେଇ ଗାଡି ରାଜକନିକା ଓ ଦେମାଳ ସମବାୟ ସମିତିରୁ ଫେରିବା ବାଟରେ ଅଟକାଇଥିଲେ ଚାଷୀ । ପରେ ପୋଲିସ ପହଂଚି ବୁଝାସୁଝା କରିଥିଲା । ଆଜି ସକାଳେ ଚାଷୀଙ୍କ ଧାନ କିଣିବାକୁ ପ୍ରତିଶ୍ରୁତି ଦେବା ପରେ ଗାଡି ଛାଡିଥିଲେ ଆନ୍ଦୋଳନକାରୀ ।

Share