ମୟୂରଭଞ୍ଜ : ଅଖା ଭିତରେ ମୃତଦେହ । ହତ୍ୟା ପରେ ଅଖା ଭିତରେ ପୁରାଇ ପୋଖରୀକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ସଠିଲୋ ପଞ୍ଚାୟତ ପୁରୁଣାପାଣିରେ ଘଟଣା ଘଟିଛି । ଅଖା ଭିତରେ ଜଣେ ବୃଦ୍ଧାଙ୍କ ମୃତଦେହ ରହିଛି । ପୋଖରୀରେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରିଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବୃଦ୍ଧାଙ୍କ ବେକ ଓ ଛାତିରେ ଆଘାତ ଲାଗିଛି । ଏଥିରେ କାହାର ସମ୍ପୃକ୍ତି ଅଛି ତଦନ୍ତ କରୁଛି ପୋଲିସ ।

