Screenshot 2026 02 25 093859 750x430 1

ଭୁବନେଶ୍ୱର: ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା। ଆଜିଠୁ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ। ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ। ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର ନେଇ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବେ। ଏହାପରେ ଟିକା ନେଇପାରିବେ।

୧୪ରୁ ୧୫ ବର୍ଷର କିଶୋରୀ ବା ସେମାନଙ୍କ ଅଭିଭାବକ ନିଜ ମୋବାଇଲ୍‌ରେ ୟୁୱିନ୍ ପୋର୍ଟାଲକୁ ଯାଇ ସେଠାରେ ଆଧାରକାର୍ଡ ଓ ବୟସ ପ୍ରମାଣପତ୍ର ଅପଲୋଡ୍ କରିଲା ପରେ ଏକ ଓଟିପି ଆସିବ। ପଞ୍ଜୀକରଣ ପରେ ଟିକା ନେବାକୁ ଯାଇହେବ। ଏହା ବ୍ୟତୀତ ଡାକ୍ତରଖାନାକୁ ଯାଇ ସେଠାରେ ମଧ୍ୟ ପଞ୍ଜୀକରଣ କରି ଟିକା ନେଇ ହେବ। ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, କମ୍ୟୁନିଟି ହେଲ୍ଥ ସେଣ୍ଟର, ଉଚ୍ଚ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚ୍‌ପିଭି ଟିକା ପ୍ରଦାନ କରାଯିବ।

ରବିବାର ରାଜ୍ୟରେ ୬୪୭ ଜଣ କିଶୋରୀ ଏଚ୍‌ପିଭି ଟିକା ନେଇଛନ୍ତି। ଜରାୟୁ କର୍କଟରୁ ସୁରକ୍ଷା ଦେବାକୁ ଏଚ୍‌ପିଭି ଟିକା ପ୍ରଦାନ କରାଯାଉଛି। ଓଡ଼ିଶାରେ ପ୍ରଥମ ଦଫାରେ ୩ ମାସ ଭିତରେ କେବଳ ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ପ୍ରାୟ ୩.୩୬ ଲକ୍ଷ କିଶୋରୀଙ୍କୁ ଟିକା ଦିଆଯିବ। ଏହି ୩ ମାସ ପରେ ଅନ୍ୟ ବୟସର କିଶୋରୀ ଓ ମହିଳାଙ୍କୁ ଟିକା ପ୍ରଦାନ ପାଇଁ ଯୋଜନା ରହିଛି।

 

Share