Iran n

ନୂଆଦିଲ୍ଲୀ : ରକ୍ତମୁଖା ଇରାନ । ରିୟାଦରେ ଥରିଲା ଆମେରିକା ଦୂତାବାସ । ସାଉଦି ଆରବରେ ଥିବା ଆମେରିକା ଦୂତାବାସ ଉପରେ ଡ୍ରୋନ୍ ଆକ୍ରମଣ । ଆଜି ସକାଳେ ସାଉଦି ଆରବର ରିୟାଦରେ ଥିବା ଆମେରିକା ଦୂତାବାସ ଉପରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ଏହି ଆକ୍ରମଣ ପଛରେ ଇରାନ ଥିବା ଜଣାପଡ଼ିଛି । ଦୁଇଟି ଡ୍ରୋନରେ ଦୂତାବାସକୁ ଟାର୍ଗେଟ୍ କରିଥିଲା ଇରାନ । ଫଳରେ ସେଠାରେ ନିଆଁ ଲାଗିଯିବା ସହ କିଛି ସମ୍ପତ୍ତି ନଷ୍ଟ ହୋଇଛି ।

ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ନେବା ପାଇଁ ଆମେରିକା ଓ ଇସ୍ରାଏଲର ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରୁଛି ଇରାନ । ଆକ୍ରମଣ ସମୟରେ ଦୂତାବାସ ପ୍ରାୟ ଖାଲି ଥିବାରୁ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ବା ଆହତ ହେବାର ଖବର ମିଳିନାହିଁ । କିନ୍ତୁ ବିସ୍ଫୋରଣ ପରେ ପ୍ରବଳ ଧୂଆଁ ଦେଖିବାକୁ ମିଳିଥିଲା । ସାଉଦି ଆରବରେ ରହୁଥିବା ଆମେରିକୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ଦୂତାବାସ ପାଖକୁ ନଆସିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଆକ୍ରମଣର କଡ଼ା ଜବାବ ଖୁବ୍ ଶୀଘ୍ର ଦିଆଯିବ ବୋଲି କହିଛନ୍ତି ଟ୍ରମ୍ପ ।

Share