Kp unnikrishna

କେରଳ : ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେପି ଉନ୍ନିକୃଷ୍ଣନଙ୍କର ଦେହାନ୍ତ ହୋଇଛି । କେରଳ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ଦେହାନ୍ତ ଘଟିଛି । ଉନ୍ନିକୃଷ୍ଣନ୍ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।

ଖବର ମୁତାବକ, କେ.ପି. ଉନ୍ନିକୃଷ୍ଣନ୍ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ଏବଂ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କ ଦେହାନ୍ତ ଖବର ରାଜନୈତିକ ଏବଂ ସାମାଜିକ ମହଲରେ ଶୋକର ଛାୟା ଖେଳିଯାଇଛି ।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଶୋକ ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟ ଜଣେ ବରିଷ୍ଠ ନେତାଙ୍କୁ ହରାଇଲା ଯିଏ ଆଦର୍ଶ ଶକ୍ତି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ଜନଜୀବନକୁ ସମୃଦ୍ଧ କରିଥିଲେ ।

Share