ବେଙ୍ଗାଲୁରୁ : ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧ ଏବଂ ଦୁବାଇରେ ଫସି ରହିବା ପରେ ବେଙ୍ଗାଲୁରୁ ସ୍ଥିତ ନିଜ ବାସଭବନକୁ ଫେରିଛନ୍ତି । ତେବେ ଏହି ସଂକଟ ଯୋଗୁଁ ଚଳିତ ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍ (All England Championships) ରୁ ବାଦ୍ ପଡ଼ିଛନ୍ତି ସିନ୍ଧୁ। ଦୁବାଇରୁ ସ୍ବଦେଶକୁ ଫେରିଛନ୍ତି ।
ସୂଚନା ଅନୁଯାୟୀ, ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍ରେ ଭାଗ ନେବା ପାଇଁ ସିନ୍ଧୁ ବ୍ରିଟେନ୍ ଯାଉଥିବା ବେଳେ ଦୁବାଇରେ ଅଟକି ଯାଇଥିଲେ । ଆମେରିକା ପକ୍ଷରୁ ଇରାନ ଉପରେ ବୋମାମାଡ଼ ଏବଂ ପରବର୍ତ୍ତୀ ସମୟରେ ଗଲ୍ଫ ଅଞ୍ଚଳର ଆକାଶପଥ ବନ୍ଦ ହୋଇଯିବା ଯୋଗୁଁ ସେ ଶନିବାର ଠାରୁ ଦୁବାଇରେ ଫସି ରହିଥିଲେ ।
ମଙ୍ଗଳବାର ଭାରତ ଫେରିବା ପରେ ସିନ୍ଧୁ କହିଛନ୍ତି ଯେ, ଏହି କଠିନ ସମୟରେ ତାଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାରେ ସହଯୋଗ କରିଥିବାରୁ ସେ ଦୁବାଇ କର୍ତ୍ତୃପକ୍ଷ, ବିମାନବନ୍ଦର କର୍ମଚାରୀ ଏବଂ ଇମିଗ୍ରେସନ ଟିମକୁ ଧନ୍ୟବାଦ ଜଣାଉଛନ୍ତି ।

