ଗୋପ: କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ପରୀକ୍ଷା ଦେବାକୁ ଯାଉଥିବା ବେଳେ ହତ୍ୟା ଉଦ୍ୟମ । ପୁରୀ ଜିଲ୍ଲା ଗୋପ ଥାନା ନାଗପୁରର ଅଭାବନୀୟ ଘଟଣା । ଛାତ୍ରୀ ଜଣକ ଗୋପ କଲେଜରେ +2 ପରୀକ୍ଷା ଦେବାକୁ ଯାଉଥିଲେ । ଘର ଠାରୁ ଦୁଇ ଶହ ମିଟର ଦୂରରେ ଆକ୍ରମଣ ହୋଇଛି । ବ୍ଲେଡରେ ଆକ୍ରମଣ ପରେ ଛାତ୍ରୀଙ୍କ ଓନିରେ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ ବେଳେ ଝିଅର ଚିତ୍କାର ଶୁଣି ଧାଇ ଆସିଲେ ଲୋକେ । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଛି । ଛାତ୍ରୀଙ୍କ ବେକରେ ଗଭୀର କ୍ଷତ ହୋଇଛି । ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଲିଛି ।

