Hindi v

ବାସୁଦେବପୁର:  ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ  । ଥାନାରେ ଶିକ୍ଷକ ଅଟକ ।  ଭଦ୍ରକ ବାସୁଦେବପୁର ବ୍ଲକ ନଟିଆ ପାଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି  । ସେହି ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର । ଏପରିକି ଜୀବନରୁ ମାରିଦେବାକୁ ଧମକାଇଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡିବା ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି କଷିଆ ସାମୁଦ୍ରିକ ଥାନା ପୋଲିସ । ଏହାସହ ହିନ୍ଦୀ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

Share