ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଇଛି। ବିଶେଷ କରି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ ହେଉଛି। ତେଣୁ ସବୁବେଳେ ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ନକରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଦୁର୍ନୀତିର ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ମଧ୍ୟ କରାଯାଉଛି। ଏବେ ଦୁର୍ନୀତି ନକରିବାକୁ ଅଧିକାରୀ, କର୍ପୋରେଟର, ମେୟରମାନଙ୍କୁ ମନ୍ତ୍ରୀଙ୍କ ଚେତାବନୀ ଦିଆଯାଇଛି। ଦୁନୀତିରେ ଲିପ୍ତ ନହେବା ପାଇଁ ୟୁଏଲବି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଛନ୍ତି ପରାମର୍ଶ।
ଯଦି କେହି ଦୁର୍ନୀତି କାରବାରରେ ଲିପ୍ତ ହୁଅନ୍ତି ତେବେ ଭିଜିଲାନ୍ସ ଜାଲରେ ପଡ଼ିବେ। ଖାରବେଳ ଭବନରେ ଚାଲିଥିବା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା କାର୍ଯକ୍ରମରେ ବିଭାଗୀୟ ଅଧିକାରୀ, କର୍ପୋରେଟର, ମେୟରମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମନ୍ତ୍ରୀ। ବୈଠକରେ ବସ୍ତି ମୁକ୍ତ ସହର, ରାସ୍ତା କଡ଼ରେ ଝୁମ୍ପୁଡି ଦୋକାନ ନରହିବା ଉପରେ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ। ବସ୍ତି ହଟାଇ ସରକାରୀ ଗୃହ ବଣ୍ଟନ କରାଯିବ। ସରକାରୀ ଜାଗାରେ ମାର୍କେଟ କମ୍ପ୍ଲେକ୍ସ ହେବ ବୋଲି କହିଛନ୍ତି ମନ୍ତ୍ରୀ।

