ବାଲେଶ୍ବର : ବାଲେଶ୍ବରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘରୋଇ ଛାତ୍ରାବାସରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଟାଉନ ଥାନା ସ୍ୱସ୍ତିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି ଏପରି ଅଘଟଣ । ମୃତ ଛାତ୍ର ହେଲେ ଭୀମ ମାଇତି । ସ୍କୁଲ କର୍ତ୍ତୃପକ୍ଷଙ୍କ ନିର୍ଯାତନା ସହି ନପାରି ଛାତ୍ର ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଛାତ୍ର ଜଣକ ଜାଗର ଦିନ ନିଜ ହାତ କାଟିଥିଲେ । ସେ ବାବଦରେ ପରିବାରକୁ ଅବଗତ କରାଯାଇଥିଲା । ସ୍କୁଲକୁ ମୋବାଇଲ ବାରଣ ଥିବା ସତ୍ତ୍ୱେ ଛାତ୍ର ଜଣଙ୍କ ଲୁଚାଇ ମୋବାଇଲ ଫୋନ୍ ଆଣିଥିଲେ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ତେବେ କେଉଁ ପରିସ୍ଥିତିରେ ଛାତ୍ର ଜଣଙ୍କ ବିଷ ପିଇଲେ ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ତଦନ୍ତ ପରେ ସତ କଣ ଜଣାପଡିବ ବୋଲି ପୋଲିସ କହିଛି ।

