Crime

ଭୁବନେଶ୍ବର: ରାଜଧାନୀରେ ଥମୁନି ଅପରାଧ । ସାମାନ୍ୟ ବଚସାରୁ କଟିଲା ତଣ୍ଟି । ହୋଟେଲ ରୋଷେୟାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ହେଲପର । ଭୁବନେଶ୍ବର ପଟିଆ ଷ୍ଟେସନ ନିକଟର ଅଭାବନୀୟ ଘଟଣା । ଗୁରୁତର ମିସ୍ତ୍ରୀ ହେଲେ ଆଶିଷ ମହାନ୍ତି । ଗତକାଲି ବିଳମ୍ବିତ ରାତିରେ କୌଣସି ଏକ ସାମାନ୍ୟ ବଚସାରୁ ରେଷ୍ଟ ରୁମ ଭିତରେ ଏକ ଧାରୁଆ ଅସ୍ତ୍ରରେ ରୋଷେୟା ଆଶିଷଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ମଦ୍ୟପ ହେଲପର । ହେଲପର ଜଣକ ହେଲେ କେ. ଲବ ରାୟ। ଆଶିଷଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲପରକୁ ଅଟକ ରଖି ପଚାରାଉଚରା କରୁଛି ଚନ୍ଦ୍ରଶେଖର ଥାନା ପୋଲିସ ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ହୋଲିରେ ରକ୍ତ ରଞ୍ଜିତ ହୋଇଥିଲା ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଗାଁ । ସାମାନ୍ୟ ବଚସାରୁ ସଙ୍ଘବଦ୍ଧ ଆକ୍ରମଣ କରି ହତ୍ୟା । ଛୁରା ମାଡରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ଓ ପୁଅ ଗୁରୁତର ହୋଇଥିଲେ । ମୃତକ ସରାଙ୍ଗ ଗ୍ରାମର ବିଶ୍ବନାଥ ବେଜ୍ । ସୂଚନା ଅନୁସାରେ ବିଶ୍ବନାଥ ଗାଧେଇବାକୁ ଯାଇଥିବା ବେଳେ ସେଠାରେ ତାଙ୍କ ପଡ଼ିଶାଙ୍କ ସହ କୌଣସି କଥାକୁ ନେଇ ଉଚ୍ଚବାଚ୍ଚ ହୋଇଥିଲା ।

Share