Bhubaneswar airport

ଭୁବନେଶ୍ବର : ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ । ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ । ବ୍ୟାଙ୍କକରୁ ଭୁବନେଶ୍ବର ଚାଲାଣବେଳେ ମାଡ଼ି ବସିଲା DR I । ଟ୍ରଲି ବ୍ୟାଗରେ ସିକ୍ରେଟ ଚାମ୍ବରରେ ରଖି ଚାଲାଣ କରାଯାଉଥିଲା । ଚଢାଉରେ ଦୁଇ ଜଣ ତାମିଲନାଡୁର ପାସେଞ୍ଜରକୁ ଧରିଛି DRI ଟିମ୍ । ସେମାନଙ୍କଠାରୁ ୬କେଜିର ମାରିଜୁଆନା ବା ହାଇଡ୍ରୋପୋନିକ ଓ୍ବିଡ୍ ଜବତ ପରେ କଷ୍ଟମସକୁ ହସ୍ତାନ୍ତର କରାଯାଇଛି । ଜବତ ମାରିଜୁଆନାର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ । ସକାଳୁ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ଫ୍ଲାଇଟ ଯୋଗେ ଚାଲାଣ ବେଳେ ଧରାପଡିଛି । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କାରଯାଉଛି ।

ପ୍ରକାଶଯୋଗ୍ୟ ଯେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗତ ବର୍ଷ ଅଗଷ୍ଟ ମାସରେ ମାସ ୮ କୋଟି ଟଙ୍କାର ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ ହୋଇଥିଲା । ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ହାବୁଡ଼ରେ ପଡ଼ିଥିଲା ଏହି ଉତ୍କଟ ନିଶାଦ୍ରବ୍ୟ । ଗୁଜୁରାଟ ଅହମଦାବାଦର ଜଣେ ଯୁବକଙ୍କୁ ଏହି ମାମଲାରେ ଅଟକ ରଖିଥିଲା କଷ୍ଟମ୍‌ ବିଭାଗ । ଏହି ଘଟଣାର ଦୁଇଦିନ ପୂର୍ବରୁ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ ହୋଇଥିଲା ।

ସେହିପରି ଗତ ବର୍ଷ ଜୁଲାଇ ୩୦ ତାରିଖରେ ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ମାରିଜୁଆନା ଜବତ କରାଯାଇଥିବାବେଳେ ଉତ୍ତରପ୍ରଦେଶର ୩ ଜଣ ଯୁବକ ଗିରଫ ହୋଇଥିଲେ । ପୁଣି ଥରେ ମାରିଜୁଆନା ଚାଲାଣ ଘଟଣା ପଦାକୁ ଆସିବା ପରେ ଭୁବନେଶ୍ବରକୁ ନିଶା ହବ୍‌ରେ ପରିଣତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚକ୍ରାନ୍ତ ଚାଲିଥିବା ସ୍ପଷ୍ଟ ହୋଇଛି ।

Share