ବ୍ରହ୍ମପୁର : ସୀମା ଟପିଲା ବର୍ବରତା । ମହିଳାଙ୍କୁ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ମାରିଲେ ଗାଁଲୋକେ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଜଗନ୍ନାଥପୁର ଗାଁର ଅଭାବନୀୟ ଘଟଣା । ବକେୟ ଟଙ୍କାର ନେଣଦେଣକୁ ନେଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗାଁର କିଛି ମହିଳା ଓ ପୁରୁଷ । ଗାଁ ଦାଣ୍ଡରେ ଘୋଷାରି ଘୋଷାରି ମାରିବା ସହ ବିବସ୍ତ୍ର କରି ଦେଇଥିଲେ। ଯାହାର ଭିଡିଓ ସୋସିଆର ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣକ ହେଲେ ଗାଁର ବିଷ୍ଣୁପ୍ରିୟା ଗୌଡ଼ । ମହିଳାଙ୍କୁ କିଛି ମହିଳା ଓ ପୁରୁଷ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଛି । ଏନେଇ ମହିଳାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

