କାଲିମେଳା : ଲଭ୍ କେଲିଏ କୁଛି ଭି କରେଗା । ବିବାହ ପାଇଁ ମନା କଲା ପ୍ରେମିକା । ମୋବାଇଲ ଟାୱାର ଉପରେ ଚଢିଗଲେ ଯୁବକ । ଟାୱାର ଉପରେ ଚଢ଼ି ଜୀବନ ଉଦ୍ୟମ କରିଥିଲେ ଆଡ଼ମା ମାଡ଼କାମୀ । ମାଲକାନଗିରି ପଡ଼ିଆ ଥାନା ସିଙ୍ଗରାଜକୋଣ୍ଡା ଗାଁରେ ଘଟିଛି ଏହି ଅଦଭୁତ ଘଟଣା ।
ଯୁବକ ଜଣଙ୍କ ପ୍ରେମିକା ଗାଁରେ ଆସି ସେଠାରେ ଥିବା ଟାୱାର ଉପରେ ଚଢ଼ିଯାଇଥିଲା । ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ହାଇ-ଭୋଲଟେଜ ଡ୍ରାମା । ଶେଷରେ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ସୁରକ୍ଷିତ ଭାବେ ତାଙ୍କୁ ତଳକୁ ଅଣାଯାଇଥିଲା ।
ସୂଚନା ଅନୁସାରେ,ପ୍ରେମିକାଙ୍କର ପୂର୍ବରୁ ବିବାହ କରି ସନ୍ତାନ ଥିବାରୁ ସେ ବିବାହକୁ ମନା କରିଥିଲେ । ଏହା ପରେ ଯୁବକ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଯୁବକଙ୍କ ଏହି ଡ୍ରାମା ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା ।

