ଭୁବନେଶ୍ୱର : ରାଜଧାନୀରେ ଗ୍ୟାସ ଉପଭୋକ୍ତାଙ୍କ ଅଭିଯୋଗ । ଗ୍ୟାସ ବୁକିଂ ହୋଇଛି ଓଟିପି ଆସିଛି । ହେଲେ ଗ୍ୟାସ ଡେଲିଭେରି ନ ହୋଇ ଡେଲିଭେରି ହେବାର ମେସେଜ ଆସୁଛି । ଏପରିକି ସବସିଡି ଟଙ୍କା ଆକାଉଣ୍ଟରେ ଆସି ଗଲାଣି ଅଥଚ ଗ୍ୟାସ ଏପର୍ଯ୍ୟନ୍ତ ଆସିନାହିଁ । ଫଳରେ ଗ୍ୟାସ୍ ଏଜେନ୍ସି ବିରୋଧରେ ଗର୍ଜନ କରି ଆସ୍ତାକୁ ଓହ୍ଲାଇବା ସହ ଗ୍ୟାସ ଟାଙ୍କି ଧରି ଏଜେନ୍ସି ସାମ୍ନାରେ ଲାଇନ ଲଗାଇଛନ୍ତି । ଏନେଇ ଲୋକଙ୍କ ଅସନ୍ତୋଷ ବୁକିଂ ଗ୍ୟାସ ଯାଉଛି କୁଆଡ଼େ । ଏଜେନ୍ସି ହୋମ ଡେଲିଭେରି ବଦଳରେ ଗ୍ୟାସ କାଉଣ୍ଟରରେ ମଧ୍ୟ ଡେଲିଭର କରୁନାହାନ୍ତି । ତାଲା ପକାଇ ଧରାଛୁଆଁ ଦେଉନାହାନ୍ତି ।
ତେବେ ଏହି ସବୁ ଗ୍ୟାସ୍ ସିଲିଣ୍ଡରକୁ ଏଜେନ୍ସିମାନେ ବ୍ଲାକ୍ରେ ବିକ୍ରି କରୁଥିବାର ଅଭିଯୋଗ ଆଣିଛନ୍ତି ଲୋକେ । ଗ୍ୟାସ୍ ସମସ୍ୟା ନେଇ ଏଜେନ୍ସି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଗ୍ୟାସ ସମସ୍ୟା ନେଇ ଦିଲ୍ଲୀରେ ବସିଛି ବଡ଼ ବୈଠକ । ଯେଉଁଥିରେ ୯ ରାଜ୍ୟର ଯୋଗାଣ ମନ୍ତ୍ରୀ ଉପସ୍ଥିତ ରହିବେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶାର ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଯୋଗ ଦେଇଛନ୍ତି

