ଭୁବନେଶ୍ୱର : ରାଜ୍ୟରେ ତୈଳ କିମ୍ବା ଗ୍ୟାସ ସଙ୍କଟ ନାହିଁ । ବିରୋଧୀମାନେ ଅପପ୍ରଚାର କରୁଛନ୍ତି । ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଲପିଜି ବୁକିଂରେ ସମୟ ଟିକେ ବଢ଼ିଛି । ଅନ୍ୟ ଦେଶ ତୁଳନାରେ ଆମେ ଭଲରେ ଅଛୁ। ଦେଶ ଠିକ୍ ନେତୃତ୍ବଙ୍କ ହାତରେ ଅଛି । ସେଭଳି ଅସୁବିଧା ହେବା ବୋଲି ମୁଁ ଭାବୁନି। ବିରୋଧୀ କେବଳ ଅପ ପ୍ରଚାର କରୁଥିବା ସେ କହିଛନ୍ତି ।
ସେପଟେ ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ଟିମ୍ ଇଣ୍ଡିଆ ହୋଇ କାମ କରିବାକୁ, ଏହା ସ୍ୱାଭାବିକ । ସଙ୍କଟ ସମୟରେ ସବୁ ଏକ ହୋଇ ଠିଆ ହୁଅନ୍ତି । କ’ଣ ଦରଦାମ୍ ଉପରେ ନିୟନ୍ତ୍ରଣ ଆସିଲା କି ? ମନ୍ତ୍ରୀ ଯଦି କହୁଛନ୍ତି ଦୁଇ ମାସ ଯାଏଁ LPG ମହଜୁଦ ଅଛି, ତେବେ ଲୋକେ ଲାଇନରେ କାହିଁକି ଠିଆ ହେଉଛନ୍ତି ? ଆଗ ଓଡ଼ିଶାର ଅସଲ ସ୍ଥିତି କୁହନ୍ତୁ ସରକାର । ପରବର୍ତ୍ତୀ ସମୟର ବିକଳ୍ପ କ’ଣ ? ତାହା ସରକାର ଜଣାନ୍ତୁ । ଆଗରୁNistar Cessଦିଆଯାଉଥିଲା । ପାହାଡ଼ିଆ ଉପାନ୍ତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ, ଜାଳେଣି କାଠ ଯୋଗାଇ ଦିଆଯାଉଥିଲା । ତାହା ଏବେ ଯୋଗାଇବାକୁ ସରକାର ସୁନିଶ୍ଚିତ କରନ୍ତୁ ବୋଲି ଦେବୀ ମିଶ୍ର କହିଛନ୍ତି ।

