ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଦୂରଗାମୀ ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବ ଦୁଇଟି ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ । ଟ୍ରେନ୍ ନମ୍ବର ୧୮୦୬୩ ସାନ୍ତ୍ରାଗାଛି-ୟାଲାହାଙ୍କା ଏସି ଏକ୍ସପ୍ରେସ୍ ୨ ଏପ୍ରିଲ ୨୦୨୬ ରୁ ପ୍ରତି ଗୁରୁବାର ଦିନ ୧୨ଟା ୫୦ରେ ସାନ୍ତ୍ରାଗାଛିରୁ ଛାଡ଼ିବ ଏବଂ ଶନିବାର ଦିନ ରାତି ୧୨ଟା ୨୦ରେ ୟାଲାହାଙ୍କାରେ ପହଞ୍ଚିବ ।
ସେହିପରି ଭାବରେ ଫେରିବା ଦିଗରେ ଟ୍ରେନ ନମ୍ବର ୧୮୦୬୪ ୟାଲାହାଙ୍କା – ସାନ୍ତ୍ରାଗାଚ୍ଛି ଏସି ଏକ୍ସପ୍ରେସ ୪ ଏପ୍ରିଲ ୨୦୨୬ ଠାରୁ ପ୍ରତି ଶନିବାର ୟାଲାହାଙ୍କାରୁ ଭୋର ୪ଟା ୫୦ ରେ ଛାଡିବ ଏବଂ ରବିବାର ସନ୍ଧ୍ୟା ୫ ଟାରେ ସାନ୍ତ୍ରାଗାଚ୍ଛିରେ ପହଞ୍ଚିବ ।
ଟ୍ରେନର ଯାତ୍ରା ସମୟରେ ଟ୍ରେନଟି ପୂର୍ବତଟ ରେଳପଥ ମଧ୍ୟ ଦେଇ ଯାତ୍ରା କରିବ । ତେବେ ଏହି ଯାତ୍ରା ସମୟରେ ପ୍ରମୁଖ ଷ୍ଟେସନ ଗୁଡ଼ିକ ହେଉଛି ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, କୋଟ୍ଟାଭାଲସା, ପେଣ୍ଡୁର୍ଟି ଏବଂ ଦୁଭାଡା ଆଦି ଷ୍ଟେସନରେ ରହଣି କରିବ ।
ସେହିଭଳି ଭାବରେ ଦ୍ୱିତୀୟ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ନମ୍ବର ୧୮୦୪୧ ଶାଲିମାର– ଏମଜିଆର ଚେନ୍ନାଇ ଏକ୍ସପ୍ରେସ୍ ଏପ୍ରିଲ ୬ ତାରିଖରୁ ପ୍ରତି ସୋମବାର ଅପରାହ୍ନ ୨ଟା ୪୫ରେ ଶାଲିମାରରୁ ଛାଡିବ ଏବଂ ମଙ୍ଗଳବାର ସନ୍ଧ୍ୟା ୬ଟା ୪୫ରେ ଏମଜିଆର ଚେନ୍ନାଇରେ ପହଞ୍ଚିବ ।

