ରାଜନଗର : ୨ ଦିନ ପରେ ମିଳିଲା ମୃତଦେହ । ନିଖୋଜର ଦୁଇଦିନ ପରେ ୭ ବର୍ଷ ନାବାଳିକାର ମୃତଦେହ ଉଦ୍ଧାର । ମୃତ ନାବାଳିକାଙ୍କ ଘର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ । ଦୀର୍ଘଦିନ ହେଲା ମାମୁଘର ରାଜନଗର ଥାନା ଆନ୍ତର୍ଗତ ରାଜନଗର ବ୍ଲକ ବଡକୋହ୍ଲାରେ ରହିଆସୁଥିଲେ । ଗତକାଲି ଗାଁରେ ଅଷ୍ଟମ ପ୍ରହରୀ କୀର୍ତ୍ତନ ଓ ଭୋଜିଭାତ ଚାଲିଥିବା ବେଳେ ଦିନ ୧୧ଟାରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ ।
ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଘଟଣାସ୍ଥଳରେ ଝିଅକୁ ଖୋଜା ଖୋଜି ଆରମ୍ଭ କରିଥିଲେ ଅଗ୍ନିଶମ ବାହିନୀ ଓ ପୋଲିସ । ଆଜି ବ୍ରାହ୍ମଣୀର ଶାଖା କେନାଲରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ ପରେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ପୋଲିସ ।

