Landmine explosion

ନୟାଗଡ : ବାଣ ଭିଡିବା ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ନୂଆଗାଁ ଥାନା କୋରଡା ଗାଁରେ ବିସ୍ଫୋରଣ ହୋଇଛି ।

ସୂଚନାଥାଉକି, ଦଶପଲ୍ଲାରେ ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ନିଜ ଘରେ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଛି । ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ବାଣ ଏତେ ଜୋରରେ ବିସ୍ଫୋରଣ ହେଇଥିଲା ଯେ ଚାରିପାଖରେ ଥିବା ଘର ସବୁକିଛି ଛାରଖାର ହୋଇଯାଇଥିଲା । ଶବ୍ଦ ଶୁଣି ସ୍ଥାନୀୟ ଲୋକେ ବାହାରକୁ ଆସିଲା ବେଳକୁ ଅଞ୍ଚଳ ପୂରା କଳା ଧୂଆଁରେ ଆସ୍ତରଣ ପଡିଯାଇଥିଲା । ୬ ଜଣଙ୍କୁ ଜିଲ୍ଲା ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ସେମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ପ୍ରଶ୍ନ ଉଠୁଛି ଯେ, ବେଆଇନ ଭାବେ ବାଣ ତିଆରି ହେଉଛି ହେଲେ ପୋଲିସ ଜାଣିପାରୁନି । ଆଜିର ଏହି ଅଘଟଣ ପାଇଁ ଦାୟୀ କିଏ ରହିବ । ପ୍ରଶାସନ କଣ କରୁଛି । କଳାବଜାରୀ , ବେଆଇନ ବିରୋଧରେ ସରକାର ସଚେତନ କରାଇଲେ ମଧ୍ୟ ଅମାନିଆ ହେଉଛନ୍ତି ଲୋକେ ।

Share