ଭୁବନେଶ୍ୱର : ପୋଲିସ କବଜାରେ CID ଅଫିସର । ନିଜକୁ CID ବା ସିଟି ଡିଟେକ୍ସନ ଏଜେନ୍ସିର ଅଫିସର ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ୮ଜଣଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ମାନେ ହେଲେ ପୂଜା ବେହେରା, ପ୍ରତିମା ପରିଡା, ଜେନାମଣି ପ୍ରଧାନ, ସୌଭାଗ୍ୟ ସାହୁ, ଧର୍ମେନ୍ଦ୍ର ବୋଇତାଇ, ମନୋଜ କୁମାର ମିଶ୍ର, ଅନ୍ନପୂର୍ଣ୍ଣା ପଣ୍ଡା ଓ ନିଲୁ ନାୟକ ।
ଗିରଫ ଅଭିଯୁକ୍ତ ମାନେ CID ଏଜେନ୍ସି ଅଧିକାରୀ ପରିଚୟ ଦେଇ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରବେଶ କରୁଥିଲେ ଏବଂ ଧମକଚମକ ଦେଖାଇ ଟଙ୍କା ଆଦାୟ କରୁଥିଲେ l ଶିକ୍ଷା ଅନୁଷ୍ଠାନରେ ପ୍ରବଳ ଅନିୟମିତତା ଦର୍ଶାଇ ଅର୍ଥ ଆଦାୟ କରୁଥିଲେ । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ବାହାରେ ନାଲି ପତକା ମାରି ଟଙ୍କା ମାଗୁଥିବା ସମୟରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଗିରଫ କରିଥିଲା । ଗିରଫ ପରେ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ, ଜାମିନରେ ମୁକୁଳିଛନ୍ତି । ଦେବେ ଏନେଇ ସିଟି ଡିଟେକ୍ସନ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଗିରଫ କର୍ମଚାରୀ ମାନେ ଲୋନ୍ ରିକରଭରି ପାଇଁ ଯାଇଥିଲେ ।…ତେବେଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।

