1922370 odishassepdministernityanandagond1

ଭୁବନେଶ୍ଵର : ସବୁ ଘରୋଇ ସ୍କୁଲ୍ ସରକାରୀ ନିୟମ ମାନିବା ଜରୁରୀ। ଭିନ୍ନ ଭିନ୍ନ ପବ୍ଲିକେସନ୍ ପୁସ୍ତକ ପଢ଼ାଯାଉଥିବା ନେଇ ମତ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।  ଘରୋଇ ସ୍କୁଲ୍ ମନମାନୀ କଲେ କାର୍ଯ୍ୟାନୁଷ୍ଠାନ ହେବ। ନେଇ ଚେତାବନୀ ଦେଇଛନ୍ତି। ଘରୋଇ ସ୍କୁଲର ମନମାନୀ ଉପରେ ଏବେ ସରକାର କଡ଼ା ନଜର ରଖିଛନ୍ତି।  । ବହି ବିକ୍ରି ନାଁରେ ଅଭିଭାବକଙ୍କ ପକେଟ୍ କାଟୁଥିବା ସ୍କୁଲଗୁଡ଼ିକୁ ଚେତାବନୀ ଦିଆଯାଇଛି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ ଏନ୍‌ସିଇଆରଟି ବହି ପଢ଼ାଯିବା ବାଧ୍ୟତାମୂଳକ ହେବ ।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ, କେତେକ ବେସରକାରୀ ଶିକ୍ଷାନୁଷ୍ଠାନ ଅଧିକ ଲାଭ ଆଶାରେ ନିଜସ୍ୱ ବହି ପଢ଼ିବାକୁ ପିଲାଙ୍କୁ ବାଧ୍ୟ କରୁଛନ୍ତି।  ଯାହା ଶିକ୍ଷା ନୀତିର ଖୋଲାଖୋଲି ଉଲ୍ଲଂଘନ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ପିଲାମାନେ ଏନସିଇଆରଟି ବହି ପଢ଼ିବା ଆବଶ୍ୟକ, ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ । ଏଣିକି ଏଭଳି ମନମାନି ଉପରେ ଅଙ୍କୁଶ ଲଗାଇବାକୁ ବିଭାଗ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି । ଖୁବଶୀଘ୍ର ଏଥିପାଇଁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହେବାକୁ ଯାଉଛି।

Share