ନୂଆଦିଲ୍ଲୀ : ପବିତ୍ର ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୨୮ ତାରିଖ ଯାଏ ୫୭ ଦିନ ଧରି ଚାଲିବ । ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଏହି ସୂଚନା ଦେଇଛନ୍ତି ।
ଆଗାମୀ ୧୫ ତାରିଖରୁ ଏଥିନେଇ ପଞ୍ଜୀକରଣ ଆରମ୍ଭ ହେବ । ପଞ୍ଜୀକରଣ ଅନଲାଇନ କିମ୍ବା ଅଫଲାଇନ କରିଥିଲେ । ଅନଲାଇନ ରେଜିଷ୍ଟ୍ରେସନ ପାଇଁ ଅଫିସିଆଲ ୱେବସାଇଟକୁ ଯାଇ କିମ୍ବା ମୋବାଇଲ ଆପ୍ ଜରିଆରେ ଆବେଦନ କରିପାରିବେ । ମୋବାଇଲ ନମ୍ପର ଏବଂ ଇମେଲ ଜରିଆରେ ଭେରିଫିକେସନ କରିପାରିବେ । ଯେଉଁମାନେ ଅଫଲାଇନ ରେଜିଷ୍ଟ୍ରେସନ କରିବେ, ସେମାନେ ଅଧିକ୍ତ ବ୍ୟାଙ୍କ ଶାଖାକୁ ଯାଇ ଆବେଦନ କରିପାରିବେ । ଆବେଦନ ସମୟରେ ଆଧାର ଏବଂ ସ୍ବାସ୍ଥ୍ୟଗତ ପ୍ରମାଣପତ୍ର ଜରୁରୀ ।ବ୍ୟାଙ୍କରେ ବାୟୋମେଟ୍ରିକ ଦେବାକୁ ହେବ ଏବଂ ପ୍ରତି ବ୍ୟକ୍ତିକୁ ୧୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।
ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଶ୍ରଦ୍ଧାଳୁମାନଙ୍କର ପ୍ରଥମ ବ୍ୟାଚ୍ ଯାତ୍ରାରମ୍ଭ କରିବେ। ଜୁନ୍ ୧୯ ତାରିଖରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଗୁମ୍ପାରେ ପ୍ରଥମ ପୂଜା ହେବ । ଯାତ୍ରା ଲାଗି ଅନନ୍ତନାଗରୁ ୪୮ କିମି ଲମ୍ବା ନୁନୱାନ-ପହଲଗାମ ମାର୍ଗ ଏବଂ ଗାନ୍ଦରୱଲରୁ ୧୪ କିମି ଲମ୍ବା ବାଲଟାଲ ମାର୍ଗ ଖୋଲା ରହିବ । ଚଳିତବର୍ଷ ଟ୍ରାକିଂ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ଲାଗି ଆରଏଫଆଇଡି କାର୍ଡର ଆରମ୍ଭ କରାଯାଇଥିବା ସିହ୍ନା କହିଛନ୍ତି ।

